Thursday, April 16, 2026
ସ୍ୱାଧୀନତା ସଂଗ୍ରାମରେ ବ୍ରାହ୍ମଣଙ୍କ ଅବଦାନ: ଇତିହାସକାର ମୀନାକ୍ଷୀ ଜୈନ୍ www.navjivanfoundation.org ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସ ଏବଂ ବିଭିନ୍ନ ସମ୍ପ୍ରଦାୟର ବଳିଦାନକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ବିଶିଷ୍ଟ ଇତିହାସକାର ମୀନାକ୍ଷୀ ଜୈନ୍ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ବ୍ରାହ୍ମଣ ସମ୍ପ୍ରଦାୟର ଭୂମିକାକୁ ନେଇ ନିଜର ମତ ରଖିଛନ୍ତି। ବଳିଦାନର ପରିସଂଖ୍ୟାନ: ମୀନାକ୍ଷୀ ଜୈନ୍ଙ୍କ କହିବା ଅନୁଯାୟୀ, ସ୍ୱାଧୀନତା ସଂଗ୍ରାମ ସମୟରେ ବ୍ରିଟିଶମାନଙ୍କ ଗୁଳିରେ ଶହୀଦ ହୋଇଥିବା ସମୁଦାୟ ଲୋକଙ୍କ ମଧ୍ୟରୁ ପ୍ରାୟ ୭୦% ବ୍ରାହ୍ମଣ ଥିଲେ। ମୁଖ୍ୟ ଶ୍ରେୟ: ସେ ଦାବି କରିଛନ୍ତି ଯେ ଯଦି ଭାରତରୁ ବ୍ରିଟିଶମାନଙ୍କୁ ବିଦା କରିବା ପାଇଁ କୌଣସି ଗୋଟିଏ ସମ୍ପ୍ରଦାୟକୁ ଶ୍ରେୟ ଦିଆଯାଏ, ତେବେ ସେମାନେ ହେଉଛନ୍ତି ବ୍ରାହ୍ମଣ। ପ୍ରାୟତଃ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ରାଜ୍ୟ ମାନଙ୍କରେ ବ୍ରିଟିଶ୍ ଶାସନ ବିରୁଦ୍ଧରେ ବିଦ୍ରୋହର ପ୍ରଥମ ବିଗୁଲ୍ ବଜେଇ ଥିବା ନେତୃତ୍ୱ ମାନେ ଥିଲେ ବ୍ରାହ୍ମଣ । ଓଡ଼ିଶାର ଜୟୀ ରାଜଗୁରୁ, ଚନ୍ଦନ ହଜୁରୀ, ତାନ୍ତିଆ ଟୋପେ, ମହାରାଷ୍ଟ୍ରରେ ଆଦ୍ୟ କ୍ରାନ୍ତିବୀର ଭାବରେ ପରିଚିତ ବାସୁଦେବ ବଳବନ୍ତ ରାଓ ଫଡ଼କେ , ବୀର ସାବରକର, ଲୋକମାନ୍ୟ ତିଳକ, ଗୋପାଳ କୃଷ୍ଣ ଗୋଖଲେ, ଡା. କେଶବ ବଳିରାମ ହେଡଗେୱାର୍, ଶହୀଦ୍ ମଙ୍ଗଳ ପାଣ୍ଡେ, ଚନ୍ଦ୍ରଶେଖର ଆଜାଦ, ରାମପ୍ରସାଦ ବିସ୍ମିଲ୍ ଙ୍କ ଭଳି ବଳିଦାନୀ ଯୋଦ୍ଧାଙ୍କ ନାମ ପ୍ରାୟ ସମସ୍ତେ ପ୍ରାୟ ଜାଣନ୍ତି । ଏମାନେ ସମସ୍ତେ ଥିଲେ ବ୍ରାହ୍ମଣ ପରିବାରର । ଦୁଃଖ ଓ ପରିତାପର ବିଷୟ ସ୍ବାଧୀନତା ଆନ୍ଦୋଳନରେ ନିଜର ସର୍ବସ୍ୱ ଅର୍ପଣ କରିଥିବା ଦେଶ ସ୍ବାଧୀନ ହେବା ପରେ ଅନେକ ଶହୀଦ୍ ହୋଇଥିବା ପରିବାର ଲୋକଙ୍କୁ ବ୍ରିଟିଶ୍ ଛାୟାରେ ନିର୍ମିତ କଂଗ୍ରେସ୍ ଦଳର ଶାସନ ପକ୍ଷରୁ ତାଡ଼ନାର ଶୀକାର ହେବାକୁ ପଡ଼ିଥିଲା । ଚନ୍ଦ୍ରଶେଖର ଆଜାଦଙ୍କ ମାତାଙ୍କୁ ତତ୍କାଳୀନ କଂଗ୍ରେସ୍ ସରକାର କିଭଳି ଏକ ଦୟନୀୟ ଅବସ୍ଥାରେ ମରିବାକୁ ଛାଡ଼ି ଦେଇଥିଲା ତାହା ଅନୁସନ୍ଧାନ କଲେ ଜାଣି ପାରିବେ । ମହାରାଷ୍ଟ୍ରରେ କଂଗ୍ରେସ୍ ଦଳର ଏକ ଅଘୋଷିତ ନିୟମ ଥିଲା ଯେ ବ୍ରାହ୍ମଣ ମାନଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅବସ୍ଥାପିତ କରାଯିବ ନାହିଁ । ଏହା ଏବେ ବି ବଳବତ୍ତର ରହିଛି । ବର୍ତ୍ତମାନ ସମୟରେ ପ୍ରତ୍ୟେକ ପ୍ରମୁଖ ଦଳରେ ବ୍ରାହ୍ମଣ ମାନଙ୍କୁ ଉପେକ୍ଷା କରିବା କଥା ପ୍ରଘଟ ହୋଇ ସାରିଲାଣି । ନିକଟରେ ତାମିଲନାଡୁ ବିଧାନସଭା ନିର୍ବାଚନରେ କୌଣସି ପ୍ରତିଷ୍ଠିତ ଦଳ ପକ୍ଷରୁ ବ୍ରାହ୍ମଣ ପ୍ରତ୍ୟାଶୀଙ୍କୁ ଟିକେଟ ଦିଆଯାଇନାହିଁ । ଏହା ପଛର ଅର୍ନ୍ତରାଷ୍ଟ୍ରୀୟ ଷଡ଼ଯନ୍ତ୍ର ରହିଛି ବୋଲି ଅଭିଯୋଗ ଆସୁଛି । ଇତିହାସର ଏହି ତଥ୍ୟକୁ ନେଇ ଆପଣଙ୍କ ମତାମତ କ’ଣ ? ଆମ ସ୍ୱାଧୀନତା ସଂଗ୍ରାମର ଏଭଳି ଅଜଣା ତଥ୍ୟ କିଭଳି ଆଗକୁ ଆସିବା ଉଚିତ୍ ?
ପଡ଼ୋଶୀ ଦେଶ ନେପାଳ ଶିକ୍ଷିତ ନେତୃତ୍ୱକୁ ବାଛୁଛି, ଆଉ ଆମେ ଏ ପର୍ଯ୍ୟନ୍ତ ପୁରୁଣା ଚର୍ଚ୍ଚାରେ ଅଟକି ରହିଛୁ! ନେତାଙ୍କର ଡିଗ୍ରୀ କେତେ ଦରକାର? କି ଅସଲରେ ଦରକାର କାମ ଓ ଦକ୍ଷତା? ଏହି ତୁଳନା ଆପଣଙ୍କୁ କଣ ଭାବିବାକୁ ବାଧ୍ୟ କରୁଛି? କମେଣ୍ଟ କରନ୍ତୁ www.navjivanfoundation.org पड़ोसी देश नेपाल शिक्षित नेतृत्व चुन रहा है, और हम अभी भी पुरानी चर्चा में फंसे हुए हैं! नेताओं की डिग्री कितनी चाहिए ? वास्तव में काम और कौशल की आवश्यकता क्या है? यह तुलना आपको क्या सोचने पर मजबूर करती है? कृपया कमेंट करें
Subscribe to:
Comments (Atom)


