Friday, March 20, 2026
ଭଦ୍ରକ ଜିଲ୍ଲା ରକ୍ତ ସଂଗଠନ ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ ଓଡିଶା ପ୍ରସିଦ୍ଧ ବାବା ଆଖଣ୍ଡଳମଣି ଶୈବ ପୀଠ ଆରଡ଼ି ପୀଠ ଠାରେ ସାମାଜିକ ସଂଗଠନ ଭଦ୍ରକ ଜିଲ୍ଲା ରକ୍ତ ସଂଗଠନ ପକ୍ଷରୁ ଷଷ୍ଠ ତମ ପ୍ରତିଷ୍ଠା ଦିବସ ଅବସରରେ ଭକ୍ତ ମାନଙ୍କ ପାଇଁ ନିଃଶୁଳ୍କ ପ୍ରସାଦ ବଣ୍ଟନ କରାଯାଇ ଥିଲା! ସଂଗଠନ ସଭାପତି ମିଥୁନ ଯେନାଙ୍କ ତତ୍ୱାବଧାନରେ ସମ୍ପାଦକ ମିହିର ନାୟକ,ପ୍ରତିଷ୍ଠାତା ଗୌତମ ସାହୁ ଏଲିନା ନାୟକ, ସହ୍ ସଭାପତି ରଶ୍ମି ରଞ୍ଜନ ବାରିକ୍,ଉର୍ବଶୀ ମଲିକ,ଦାସ ଖିରାବ୍ଧି ତନୟା ,ଲକ୍ଷ୍ମୀପ୍ରିୟା ଦାସ,ରଶ୍ମିତା ରାଣୀ ଜେନା, ସୌମ୍ୟ ରଞ୍ଜନ ସାହୁ,ହେମନ୍ତ ଗୋଛାୟତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ! ସାମ୍ବାଦିକ ବାବାଜୀ ପାଢ଼ୀ, ସାମାଜିକ କର୍ମୀ ଓ ନବଜୀବନ ଫାଉଣ୍ଡେସନ ର ରାଜ୍ୟ ମୁଖ୍ୟ ମାନସ ରଞ୍ଜନ ସାହୁ,ବାଲେଶ୍ୱର ଜିଲ୍ଲା କୂପାରି ଅଞ୍ଚଳର ଯୁବ ସମାଜସେବୀ ଅର୍ଜୁନ ବେହେରା ଅତିଥି ଭାବେ ଯୋଗ ଦେଇ ବିଶ୍ୱନାଥ ପଲାଇ,ସୁଧାକର ବିଶ୍ୱାଳ, ପ୍ରଦୀପ, ସୁମନ୍ତ ପାଢ଼ୀ ଆଦି ଆରଡ଼ି ପରିଚାଳନା କାର୍ଯ୍ୟଳୟ ର ଅଧିକାରୀ ଓ କର୍ମଚାରି ମାନଙ୍କୁ ଉତ୍ତରୀୟ ବାବାମଣୀଙ୍କ ଫୋଟୋ ଚିତ୍ର ପ୍ରଦାନ କରି ସମ୍ମାନୀତ କରାଯାଇଥିଲା! www.navjivanfoundation.org
Subscribe to:
Post Comments (Atom)

No comments:
Post a Comment