Sunday, July 5, 2026

ଆରଏସଏସ ନେତା ରାମ ମାଧବ ପାକିସ୍ତାନୀ ଅଧିକାରୀ ଓ ISI ଅଫିସରଙ୍କ ସହ ଗୁପ୍ତ ବୈଠକ କରିଥିବା ଅଭିଯୋଗ ପଛର ପ୍ରକୃତ ସତ୍ୟତା କଣ? କାହିଁକି ଏହାକୁ ନେଇ ଜୋର ଧରିଛି ଜାତୀୟ ରାଜନୀତି? ଆରଏସଏସ ନେତା ରାମ ମାଧବ କଲୋମ୍ବୋଠାରେ ପାକିସ୍ତାନୀ ସେନା ଅଧିକାରୀ ଏବଂ ISI ପ୍ରତିନିଧିଙ୍କ ସହ ଅନୌପଚାରିକ ଭାବେ ଗୁପ୍ତ ବୈଠକ କରିଥିବା ନେଇ ହୋଇଥିବା ଅଭିଯୋଗକୁ ନେଇ ସୋସିଆଲ ମିଡିଆରେ ତୀବ୍ର ଚର୍ଚ୍ଚା ଆରମ୍ଭ ହୋଇଛି। କଂଗ୍ରେସ ନେତା ବି କେ ହରିପ୍ରସାଦଙ୍କ ଏହି ସାଂଘାତିକ ଦାବି ପରେ ରାଜନୈତିକ ମହଲରେ ହଲଚଲ ସୃଷ୍ଟି ହୋଇଛି। ବିରୋଧୀ ଦଳ ଏହାକୁ ନେଇ ସରକାରଙ୍କୁ ଘେରୁଥିବା ବେଳେ ଅନ୍ୟପଟେ ଏହାକୁ ରାମ ମନ୍ଦିର ପ୍ରସଙ୍ଗରୁ ଦୃଷ୍ଟି ହଟାଇବା ପାଇଁ କରାଯାଉଥିବା ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି ଅଭିହିତ କରାଯାଉଛି। ଦେଶର ସୁରକ୍ଷା ଓ ବୈଦେଶିକ ସମ୍ପର୍କ ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୈତିକ ଫାଇଦା ପାଇଁ ଏଭଳି ସାଂଘାତିକ ଆରୋପ ପ୍ରତ୍ୟାରୋପ ଲଗାଯିବାକୁ ଆପଣ ସଠିକ୍ ମନେ କରୁଛନ୍ତି କି? www.navjivanfoundation.org


 

No comments:

Post a Comment