Thursday, July 16, 2026

ଓଡ଼ିଶାର କୃଷି ରୂପାନ୍ତରଣ: ଜାନକୀ ବାବୁଙ୍କ ଦୂରଦୃଷ୍ଟି ଓ ଯୁଗାନ୍ତକାରୀ କୃଷି ବିପ୍ଳବ ୧୯୮୦ ଦଶକରେ ଜନନାୟକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମର୍ଥ ନେତୃତ୍ୱରେ ଓଡ଼ିଶାର କୃଷି ଇତିହାସରେ ଏକ ସ୍ମରଣୀୟ ସଫଳତାର ଅଧ୍ୟାୟ ରଚିତ ହୋଇଥିଲା। ଦୂରଦୃଷ୍ଟିସମ୍ପନ୍ନ ନୀତି, ଜଳସେଚନର ବ୍ୟାପକ ସମ୍ପ୍ରସାରଣ, ଉନ୍ନତ କୃଷି ଭିତ୍ତିଭୂମି ଏବଂ ଚାଷୀମାନଙ୍କୁ ନିରନ୍ତର ସରକାରୀ ପ୍ରୋତ୍ସାହନ ମାଧ୍ୟମରେ ସେ କୃଷି କ୍ଷେତ୍ରକୁ ରାଜ୍ୟ ଶାସନ ବ୍ୟବସ୍ଥାର ସର୍ବୋଚ୍ଚ ପ୍ରାଥମିକତା ଭାବେ ପ୍ରତିଷ୍ଠିତ କରିଥିଲେ। ୧୯୮୦ ଦଶକର ପ୍ରାରମ୍ଭରେ ଓଡ଼ିଶାର ମୋଟ ଖାଦ୍ୟଶସ୍ୟ ଉତ୍ପାଦନ ପ୍ରାୟ ୩୯ ଲକ୍ଷ ଟନ୍ ଥିଲା। କିନ୍ତୁ ଜାନକୀ ବାବୁଙ୍କ ସଠିକ୍ ରଣନୀତି ଯୋଗୁଁ ଦଶକର ଶେଷ ସୁଦ୍ଧା ଏହି ଉତ୍ପାଦନ ବୃଦ୍ଧି ପାଇ ୭୫ ଲକ୍ଷ ଟନ୍‌ରେ ପହଞ୍ଚିଥିଲା— ଯାହା ମାତ୍ର ଦଶ ବର୍ଷ ମଧ୍ୟରେ ପ୍ରାୟ ୧୦୦ ପ୍ରତିଶତର ଏକ ଅସାଧାରଣ ତଥା ବୈପ୍ଳବିକ ଅଭିବୃଦ୍ଧି ଥିଲା। ଏହି ଅଭୂତପୂର୍ବ ପ୍ରଗତି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସୁଦୂରପ୍ରସାରୀ ଯୋଜନା, ସଫଳ କାର୍ଯ୍ୟାନ୍ୱୟନ ଏବଂ ରାଜ୍ୟର ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ତାଙ୍କର ଅତୁଟ ସଂକଳ୍ପକୁ ପ୍ରମାଣିତ କରେ। ସେହି ସମୟରେ ସ୍ଥାପିତ ହୋଇଥିବା ସୁଦୃଢ଼ ଭିତ୍ତିଭୂମି ଆଜି ବି ରାଜ୍ୟର ଚାଷୀକୂଳକୁ ସମୃଦ୍ଧ କରିବା ସହ ଓଡ଼ିଶାର ଖାଦ୍ୟ ସୁରକ୍ଷାକୁ ନିରନ୍ତର ସୁନିଶ୍ଚିତ କରୁଛି। www.navjivanfoundation.org


 

No comments:

Post a Comment