Saturday, September 12, 2026
ଜୟ ବିପ୍ଳବୀ ଲଦ ସହିତ ପ୍ରାୟ ୧ ଘଣ୍ଟା ତଳେ ରାୟଗଡ଼ା ଜିଲ୍ଲା ସବ୍ ଜେଲ୍ ରେ ଦେଖାହେଲା ! କହିଲି, ଲଦ, ତମ ନାଁ ରେ କଲ୍ୟାଣସିଂହପୁର ଥାନା, ମୁନିଗୁଡା ଥାନା ଓ ଆମ୍ବଦୋଳା ଥାନାରେ ୧୧ ଟା କେଶ୍ ଅଛି। ତାକୁ ଗୋଟି ଗୋଟି କରି କେଶ୍ ଶୁଣାଇଲି! ସବୁ କେଶ୍ ଗୁଡାକ ୨୦୧୧ ରୁ ୨୦୧୭ ମସିହା ମଧ୍ୟରେ !! ସବୁ ଶୁଣି ସେ ହସିଲା! କହିଲା ମୁଁ ତ କିଛି ଦୋଷ କରିନି ! ମୁଁ ନିୟମଗିରି ଓ ନିୟମ ରାଜା ପାଇଁ ଲଢ଼ୁଛି !! ସେମାନେ କେତେ କେଶ୍ ଦେବା କଥା ଦିଅନ୍ତୁ !! କହିଲି ତମ ପାଇଁ କଣ କଣ ଏବେ ଦରକାର? ସେ କହିଲା ଥାଉ ଆଜ୍ଞା, ଘର ଲୋକ ଭେଟିବାକୁ ଆସିଲେ ଆଣିବେ? ବିସ୍କୁଟ ମିକ୍ସଚର କଥା କହିଲି, କହିଲା ମୁଁ କଣ ପିଲା ହୋଇଛି ଯେ, ବିସ୍କୁଟ ଖାଇବି ? ମୋର ମନେ ପଡ଼ିଲାଯେ ଲେଲିନ୍ ଥରେ କହୁଥିଲା ସିଏ ଗାଁ ରେ ଥିବାବେଳେ ମଧ୍ୟ ତାକୁ ବିସ୍କୁଟ ଯାଚିଲେ ମଧ୍ୟ ସେ ଖାଏନା? ତା ଭିତରେ ଭରି ରହିଛି ସେଇ ସରଳତା, ମାତ୍ର ନିର୍ଭିକତା ଓ ସତ୍ ସାହାସ !! ପ୍ରାୟ ୧୫-୧୬ ବର୍ଷ ତଳେ ରାହୁଳ ଗାନ୍ଧୀ ଯେତେବେଳେ ନିୟମଗିରି ସୁରକ୍ଷା ଆନ୍ଦୋଳନକୁ ସମର୍ଥନ ଜଣାଇ ନିଜକୁ "ଆଦିବାସୀଙ୍କ ସିପାହୀ" ବୋଲି କହୁଥିଲେ, ସେତେବେଳେ ତାଙ୍କ ସଭାରେ ଲଦ ସିକକା ଯୋଗ ଦେଇଥିଲେ। ଏବଂ ସେହି ସମୟରେ ପୋଲିସ୍ ପ୍ରଶାସନ ଗଣ ମାଧ୍ୟମ ଜରିଆରେ ତାଙ୍କୁ "ଦୁର୍ଦ୍ଦାନ୍ତ ନକ୍ସଲ" ବୋଲି ଦର୍ଶାଇଥିଲେ। ତାହାର କିଛି ଦିନ ପରେ ଲୋହିଆ ଏକାଡେମୀ ର ଏକ ସଭାରେ ତାଙ୍କୁ ଦେଖିଥିଲି। ମିଟିଂ ସରିଗଲା ପରେ ହଲ୍ ଭିତରେ ଓ ବାହାରେ ପ୍ରତିନିଧି ମାନେ ଶୋଇଥିଲେ । ଲଦଙ୍କ ସଂପର୍କରେ ଆଗରୁ ଶୁଣି ଥିବାରୁ ସେହି "ଦୁର୍ଦ୍ଦାନ୍ତ ନକ୍ସଲ" ଏବେ କଣ କରୁଛନ୍ତି, ମୋ ଭିତରେ ଜାଣିବା ପାଇଁ ଆଗ୍ରହ ହେଲା। ଲଦଙ୍କୁ ଖୋଜିଲି, ଦେଖିଲି ଶୋଇବା ପାଇଁ ଜାଗା ନଥିବାରୁ ଏକ ପାହାଚ ଉପରେ ଲଦ ଶୋଇବା ପାଇଁ ଗାମୁଛା ବିଛାଇଛନ୍ତି। ସେଠାରେ ବସି ସେ ଗୋଟିଏ ଗାମୁଛାରେ କଞ୍ଚା ଚୁଡା ଓ ଚିନି ମିଶାଇ ଚୋବାଉ ଥିଲେ। ସେଇ ଛୋଟିଆ ପାହାଚ ଶୋଇବା ପାଇଁ ଉପଯୁକ୍ତ ନଥିଲା! ମୁଁ ତାଙ୍କ ପାଖକୁ ଗଲି ! କହିଲି, ଲଦ ଚାଲ, ଉପରେ ଶୋଇବାକୁ ଜାଗା ଅଛି, ଶୋଇବ। ଲଦ କହିଲା, ନାଁ ଆଜ୍ଞା, ଲୋକମାନେ ଶୁଅନ୍ତୁ, ମୁଁ ଏଇଠି ଶୋଇଯିବି !! ମୁଁ ସେଦିନ ଲଦ ସିକକାଙ୍କ ଆଖି ରେ ଛୋଟ ପିଲାର ନିରୀହତା, ମା ଓ ମାଟି ପାଇଁ ଲଢ଼େଇ କରିବାର ଦୃଢ଼ତା, ଆଦିବାସୀର ସରଳତା ଓ ଓଡ଼ିଶା ସରକାରଙ୍କ ଦ୍ଵାରା ତାଙ୍କୁ ଉତ୍ସର୍ଗ କରାଯାଇଥିବା"ଦୁର୍ଦ୍ଦାନ୍ତ ମାଓବାଦୀ" ଆଖ୍ୟାନ କୁ ପରଖୁ ଥିଲି !!! ବହୁତ ଦିନ ପର୍ଯ୍ୟନ୍ତ ମୋ ସାଙ୍ଗ ସାଥି ମାନଙ୍କ ସହିତ ସେ ଦିନର ଘଟଣା ସମ୍ପର୍କରେ ଆଲୋଚନା କରିଛି। ଲଦ ଭଳି ଚରିତ୍ର ମାନେ ଏମିତି ସବୁବେଳେ ସବୁଦିନେ ଝଟକୁ ଥାଆନ୍ତୁ !!! କର୍ପୋରେଟ, କମ୍ପାନୀ ଓ ପୁଞ୍ଜିବାଦୀ ସଂସ୍କୃତି ବିରୋଧରେ ଲଢେ଼ଇ କରୁଥାନ୍ତୁ !!! ଜେଲ୍ ହେଉ କି ଜୀବନ ଯାଉ ! ମା, ମାଟି ଓ ମାଳି ବଞ୍ଚି ଥାଉ !!! www.navjivanfoundation.org
Subscribe to:
Post Comments (Atom)
No comments:
Post a Comment