Sunday, July 26, 2026
ରଥ ଉପରେ ଶ୍ରୀଜୀଉମାନଙ୍କ ଅଲୌକିକ 'ରାଜରାଜେଶ୍ୱର ବେଶ' ବା 'ସୁନାବେଶ'। 'ରାଜରାଜେଶ୍ୱର ବେଶ' କେବଳ ଏକ ଧାର୍ମିକ ପରମ୍ପରା ନୁହେଁ, ଏହା ଓଡ଼ିଆ ଜାତିର ସ୍ୱାଭିମାନ ଓ ଗୌରବମୟ ଇତିହାସର ଏକ ପ୍ରତୀକ। ଗଜପତି କପିଳେନ୍ଦ୍ର ଦେବ ରାଜ୍ୟ ଜୟ କରି ଫେରିବା ପରେ, ସେ ଆଣିଥିବା ସମସ୍ତ ସୁବର୍ଣ୍ଣ ରାଶିକୁ ମହାପ୍ରଭୁଙ୍କ ଶ୍ରୀଚରଣରେ ସମର୍ପଣ କରିଥିଲେ। ସେହି ସୁବର୍ଣ୍ଣରେ ପ୍ରସ୍ତୁତ ଆଭୂଷଣରେ ଶ୍ରୀଜୀଉମାନଙ୍କୁ ଭୂଷିତ କରିବାର ଯେଉଁ ପରମ୍ପରା ଆରମ୍ଭ ହୋଇଥିଲା, ତାହା ଆଜି ବି ଓଡ଼ିଆ ଜାତିର ସମୃଦ୍ଧ ଇତିହାସ, ସଂସ୍କୃତି, ଅପରାଜେୟ ସ୍ୱାଭିମାନ ଓ ଗୌରବମୟ ଐତିହ୍ୟକୁ ଉଜ୍ଜୀବିତ କରିରଖିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପା ଓ ଆଶୀର୍ବାଦରୁ ପ୍ରତ୍ୟେକ ଓଡ଼ିଆଙ୍କ ଜୀବନ ସୁଖ, ସମୃଦ୍ଧି ଓ ଶାନ୍ତିରେ ଭରିଯାଉ। ଜୟ ଜଗନ୍ନାଥ! www.navjivanfoundation.org
Subscribe to:
Post Comments (Atom)





No comments:
Post a Comment